ଜଳିଗଲା ଚଳନ୍ତା କାର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କୁଆଁପାଳ,ଏନ୍ଏନ୍ଏସ୍: ଚଳନ୍ତା କାରରେ ଲାଗିଲା ନିଆଁ। ପରିବାର ସହିତ ବନ୍ଧୁ ଘରକୁ ଆସି ଫେରୁଥିବାବେଳେ ଚଳନ୍ତା କାରରେ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା । ବଡ଼ କଥାଟି ହେଲା, ଗାଡ଼ି ଭିତରେ ଥିବା ୬ଜଣ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।

ମିଳିଥିବା ରିପୋର୍ଟ ମୁତାବିକ, ବଡ଼ଚଣା ଥାନା ପୁରସ୍ତମପୁର ଗାଁର ପରୀକ୍ଷିତ ବିଶ୍ୱାଳ ତାଙ୍କ ପରିବାରର ୫ଜଣଙ୍କୁ ନେଇ ଓଆର-୦୨-ଏଏନ୍ ୫୭୬୮ ନମ୍ବରଯୁକ୍ତ ଏକ ଇଣ୍ଡିକା କାର ଯୋଗେ କୁମୁଡ଼ା ଜୟପୁର ଅଞ୍ଚଳରୁ ନିଜ ଘରକୁ ଫେରୁଥିଲେ। ଆଉ ଫେରିବା ବାଟରେ ମଧୁପୁର ମୁସଲମାନ ସାହି ନିକଟରେ ହଠାତ୍ କାରରେ ନିଆଁ ଲାଗିଯାଇଥିଲା। ତବେ ଉପସ୍ଥିତ ବୁଦ୍ଧି ଯୋଗୁ କାର ଡ୍ରାଇଭର ଗାଡ଼ି ଭିତରୁ ୨ଜଣ ଛୋଟ ପିଲାଙ୍କ ସହିତ ଅନ୍ୟ ୪ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ କାରଟି ସମ୍ପୂର୍ଣ୍ଣ ରୂପେ ଜଳିସାରିଥିଲା।