ଦୁର୍ଘଟଣାରେ ବାଇକ ଚାଳକ ମୃତ

ଫୁଲବାଣୀ,ଏନ୍ଏନ୍ଏସ୍:ଫୁଲବାଣୀ ଟାଉନଥାନା ଏଫସିଆଇ ଛକ ନିକଟରେ ମଙ୍ଗଳବାର ରାତିରେ ଏକ ପିକଅପ୍ ସହ ବାଇକ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଦୀଲ୍ଲିପ ଦିଗାଲ ଓ ତାଙ୍କ ନିଜ ଘର ଚକାପାଦ ବ୍ଲକ ଲାଇନପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଫୁଲବାଣୀ ସ୍ଥିତ କେନ୍ଦୁପଦରରେ ଭଡ଼ାରେ ପରିବାର ସହିତ ରହୁଥିଲେ। ସୂଚନା ଅନୁସାରେ, ସେ ଆଜି ନିଜ ଗ୍ରାମରୁ ବାଇକରେ ଫୁଲବାଣୀ ଆସୁଥିବା ବେଳେ ମାଲବେଝେଇ ପିକଅପ୍ ସହିତ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।