ଲସି ପିଇ ୧୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ଲସି ପିଇ ୧୦୦ ଜଣରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥମାନଙ୍କୁ କାଲିମେଳା ଓ ପଡିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍ ଅନ୍ତର୍ଗତ କାଲଦାଗୁଡା ପଞ୍ଚାୟତର କିଛି ଲୋକ ଗତ ଶୁକ୍ରବାର ଦିନ କୁର୍ତି ଗ୍ରାମର ସାପ୍ତାହିକ ହାଟରେ ସମସ୍ତେ ଲସି ପିଇଥିଲେ। ଲସି ପିଇ ୧୦୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଖବର ପାଇବା ପରେ ଗାଁରେ ମେଡିକାଲ ଟିମ ପହଞ୍ଚି ସ୍ୱାସ୍ଥାବସ୍ଥା ଯାଞ୍ଚ କରୁଛି। ଅସୁସ୍ଥ ବ୍ୟକ୍ତିମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଫୁଡ଼ ପଏଜନରୁ ଏପରି ହୋଇଥିବା ସୂଚନା ମିଳିଛି। ଅସୁସ୍ଥଙ୍କ ମଧ୍ୟରେ ଅନେକ ଛୋଟପିଲା ରହିଥିବା ଜଣାପଡିଛି। ବର୍ତ୍ତମାନ କିଛି ଜଣଙ୍କ ଅବସ୍ଥାରେ ସୁଧାର ଆସିଥିବାର ସୂଚନା ମିଳିଛି।