କରୋନାରେ ଆଖି ବୁଜିଲେ ଗିରଫ ବାହୁବଳୀ ନେତା ଶାହାବୁଦ୍ଦିନ

ନୂଆଦିଲ୍ଲୀ,ଏଜେନ୍ସି: ବାହୁବଳୀ ନେତା ତଥା ତିହାର ଜେଲରେ ସଜା କାଟୁଥିବା ପୂର୍ବତନ ସାଂସଦ ଶାହାବୁଦ୍ଦିନଙ୍କ ମୃତ୍ୟୁ ଘଟିଛି। ଶାହାବୁଦ୍ଦିନଙ୍କ କରୋନାରେ ମୃତ୍ୟୁ ହୋଇଛି। ଶାହାବୁଦ୍ଦିନ ଗତ ସପ୍ତାହେ ଧରି ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ସୂଚନା ଅନୁଯାୟୀ, ତିହାର ଜେଲରେ କରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଠାରେ ଥିବା ବନ୍ଦୀମାନେ କେବଳ ସଂକ୍ରମିତ ନୁହଁନ୍ତି ବରଂ ସେମାନଙ୍କ ଜୀବନ ମଧ୍ୟ ଯାଉଛି। ସୂଚନା ଅନୁସାରେ, ୨୦୦ରୁ ଅଧିକ କଏଦୀ ଜେଲରେ ସଂକ୍ରମିତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ବିହାରର ବାହୁବଳୀ ନେତା ତଥା ପୂର୍ବତନ ସାଂସଦ ଶାହାବୁଦ୍ଦିନ ମଧ୍ୟ ଥିଲେ। ଜେଲରେ ଥିବା ଶାହାବୁଦ୍ଦିନ ପ୍ରାୟ ସପ୍ତାହେ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ। ତିହାର ଜେଲରେ ଏପର୍ଯ୍ୟନ୍ତ ୬ ଜଣ କଏଦୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ୪ ଜଣ କଏଦୀଙ୍କ ଗତ ୪ ଦିନ ମଧ୍ୟରେ ମୃତ୍ୟୁ ଘଟିଛି। ଏଥିସହ ଗତ ବର୍ଷ ୨ ଜଣ କଏଦୀଙ୍କ ମୃତ୍ୟୁ ଘଟିଥିଲା। ୨୦୦ରୁ ଅଧିକ ଜେଲର କଏଦୀ ସଂକ୍ରମିତ ଅଛନ୍ତି, ଯାହାର ଚିକିତ୍ସା ବିଭିନ୍ନ ଡାକ୍ତରଖାନାରେ କରାଯାଉଛି।