ଶେଷ ଦିନରେ ଫାଇଲ୍‌ ହେଲା ୪୬ ଲକ୍ଷରୁ ଅଧିକ ଆଇଟିଆର

ନୂଆଦିଲ୍ଲୀ,ଏଜେନ୍ସି: ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖରେ ୪୬ ଲକ୍ଷରୁ ଅଧିକ ଲୋକ ଆଇଟିଆର ପୂରଣ କରାଯାଇଛି। ସରକାର ୨୦୨୦-୨୧ର ରିଟର୍ଣ୍ଣ ପୂରଣ କରିବା ପାଇଁ ୨୦୨୧ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରିଥିଲେ। ମାତ୍ର ଏଥର ରିଟର୍ଣ୍ଣ କରିବା ଲୋକଙ୍କ ସଂଖ୍ୟା ବହୁତ ବୃଦ୍ଧି ହୋଇଛି।

ଆୟକର ବିଭାଗ ଶନିବାର ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛି ଯେ, ଆର୍ଥିକ ବର୍ଷ ୨୦୨୦-୨୧ରେ ମୋଟ ୫.୮୯ କୋଟି ଲୋକ ଆଇଟିଆର ଫାଇଲ୍‌ କରିଛନ୍ତି। ଆର୍ଥିକ ବର୍ଷ ୨୦୧୯-୨୦ରେ ମୋଟ୫.୯୫ ଆୟକର ରିଟର୍ଣ୍ଣ ଫାଇଲ ହୋଇଥିଲା। କରୋନା ମହାମାରୀ କାରଣରୁ ଗତ ୨ ବର୍ଷ ହେଲା ଆୟକର ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ତାରିଖକୁ ବଢ଼ାଇ ଦିଆଯାଇଥିଲା। ଗତ ବର୍ଷ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆଇଟିଆର ପୂରଣ କରିବାକୁ ଶେଷ ତାରିଖ ୨୦୨୧ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଥିଲା। କିନ୍ତୁ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଖାଯାଇଥିଲା।

ଏବେ ଡିସେମ୍ବର ୩୧ ତାରିଖ ପରେ ଆୟକର ରିଟର୍ଣ୍ଣ ଯେଉଁମାନେ ପୂରଣ କରିବେ ୫୦୦୦ ଟଙ୍କା ଜରିମାନା ଦେବେ। କିନ୍ତୁ ଯେଉଁମାନଙ୍କର ୫ ଲକ୍ଷରୁ କମ, ସେମାନଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।