୨୩ଟି ରାଜ୍ୟକୁ ବ୍ୟାପିଲାଣି ଓମିକ୍ରନ୍‌, ମୋଟ ସଂଖ୍ୟା ୧୫ ଶହ ୨୫କୁ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ଭୟଙ୍କର ହେଲାଣି ଓମିକ୍ରନ୍। ୨୩ଟି ରାଜ୍ୟକୁ ବ୍ୟାପିଲାଣି ଓମିକ୍ରନ୍। ଦେଶରେ ମୋଟ ୧୫ ଶହ ୨୫ ଜଣ ଓମିକ୍ରନ ସଂକ୍ରମିତ ଏଯାଏ ଚିହ୍ନଟ ହୋଇଛନ୍ତି। ଓମିକ୍ରନ ଭୂତାଣୁ ସଂକ୍ରମଣ ଅଧିକ ଘାତକ ହୋଇଥିବାରୁ ଭୟ ବଢିବାରେ ଲାଗିଲାଣି। ଏହା ଫଳରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଲାଣି।

ତେବେ ମହାରାଷ୍ଟ୍ରରେ ୪୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଦିଲ୍ଲୀରେ ୩୫୧, ଗୁଜୁରାଟରୁ ୧୩୬, ତାମିଲନାଡୁରୁ ୧୧୭, କେରଳରୁ ୧୦୯, ରାଜସ୍ଥାନରୁ ୬୯, ତେଲେଙ୍ଗାନାରୁ ୬୭, କର୍ଣ୍ଣାଟକରୁ ୬୪, ହରିୟାଣା ୬୩, ପଶ୍ଚିମବଙ୍ଗରୁ ୨୦, ଆନ୍ଧ୍ରପ୍ରଦେଶରୁ ୧୭ ଏବଂ ଓଡିଶାରୁ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନାର ବିେସ୍ଫୋରକ ସ୍ଥିତି ଦେଖିବାକୁ ମିଳିଛି। ଏହାସହିତ ଓମିକ୍ରନକୁ ନେଇ ଲୋକଙ୍କୁ ସତର୍କ କରାଯାଉଥିଲେ ବି ଲୋକେ କଟକଣା ମାନିବାକୁ ରାଜି ନଥିବା ଦେଖିବାକୁ ମିଳିଛି। ତେବେ ଡେଲଟା ଭ୍ୟାରିଆଣ୍ଟ ଠାରୁ ଓମିକ୍ରନ ବହୁତ ଅଧିକ ସଂକ୍ରାମକ ହୋଇଥିବାରୁ ଆମାନିଆ ଲୋକଙ୍କୁ ନେଇ ଚିନ୍ତା ବଢିବାରେ ଲାଗିଲାଣି।