ବିଜେପିରେ ସାମିଲ ହେଲେ ୨ଶହରୁ ଉର୍ଦ୍ଧ ବ୍ୟକ୍ତି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବ୍ଲକରୁ ୨ଶହରୁ ଉର୍ର୍ଦ୍ଧ ବ୍ୟକ୍ତି ବିଜେପିରେ ସାମିଲ ହୋଇଛନ୍ତି। ଓଡ଼ିଶା ବିଜେପିର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ଝାରସୁଗୁଡ଼ା ପତ୍ରାପଲିରେ ହୋଇଥିବା ଏକ ମିଶ୍ରଣ ପର୍ବରେ ଏମାନେ ବିଜେପିରେ ସାମିଲ ହୋଇଛନ୍ତି। ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଶତମୁଖ ହୋଇ ଏହି କର୍ମୀମାନେ ବିଜେପିରେ ଯୋଗ ଦେଇଛନ୍ତି। ଜାତୀୟ ଆନ୍ତର୍ଜାତୀୟସ୍ତରରୁ ଆରମ୍ଭ କରି ତୃଣମୂଳ ସ୍ତର ଯାଏଁ ଲୋକଙ୍କ ସମସ୍ତ ସମସ୍ୟା ସମାଧାନ କରି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ବଳବିନ୍ଦର ସିଂ, ଅକ୍ଷୟ ରାଉତ, ହେମ ସିଂ ଓ କୁଞ୍ଜବିହାରୀ ସାହୁ ପ୍ରମୁଖଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।