ସେଣ୍ଟ୍ରାଲ ବ୍ୟାଙ୍କ ବାରକୋଟ ଶାଖା ପକ୍ଷରୁ ବହୁମୁଖୀ ଋଣ ପ୍ରଦାନ ସହ ଗ୍ରାହକ ସମ୍ମିଳନୀ

ଦେବଗଡ଼,ଏନ୍ଏନ୍ଏସ୍: ସେଣ୍ଟ୍ରାଲ ବ୍ୟାଙ୍କ ବାରକୋଟ ଶାଖା ପକ୍ଷରୁ ଆଜି ବ୍ୟାଙ୍କ ଶାଖା ପରିସରରେ ଏକ ଗ୍ରାହକ ସମ୍ମିଳନୀ ସହ ବହୁମୁଖୀ ଋଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ଶାଖା ପରିଚାଳିକା ସୁଶ୍ରୀ ସ୍ମୃତି ପ୍ରଜ୍ଞା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ସେଣ୍ଟ୍ରାଲ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ସୁରେଶ କୁମାର ଝା ଯୋଗଦେଇଥିଲେ।

ଶ୍ରୀ ଝା ଉପସ୍ଥିତ ଗ୍ରାହକଙ୍କୁ ଦେଶର ପ୍ରଥମ ସ୍ୱଦେଶୀ ବ୍ୟାଙ୍କ ଭାବେ ସେଣ୍ଟ୍ରାଲ ବ୍ୟାଙ୍କ ଗ୍ରାହକଙ୍କୁ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଦେଇ ଆସୁଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ଅଧିକରୁ ଅଧିକ ଜନସାଧାରଣ ବ୍ୟାଙ୍କ ଶାଖା ସହ ଜଡିତ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଏକାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସମେତ ବ୍ୟକ୍ତି ବିଶେଷଙ୍କୁ ବ୍ୟାଙ୍କ ପକ୍ଷରୁ ଋଣ ମଞ୍ଜୁର ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ବ୍ୟାଙ୍କ ପ୍ରତିଷ୍ଠାତା ସରବଜି ପଚୱନୱାଲାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।