ପ୍ରକାଶ ପାଇଲା ସିବିଏସଇ ଫଳାଫଳ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରିକ୍ଷାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୯୯.୩୭ ପ୍ରତିଶତ ପିଲା ପାସ୍ କରିଥିବା ସୂଚନା ମିଳିଛି। ଏଥର ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ୯୯.୧୩ ପ୍ରତିଶତ ଛାତ୍ର ପାସ୍ ହୋଇଥିବାବେଳେ ୯୯.୬୭ ପ୍ରତିଶତ ଛାତ୍ରୀ ପାସ୍ ହୋଇଛନ୍ତି। ୭୦,୦୦୪ ପିଲା ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।କରୋନା ଯୋଗୁ ଏଥର ପରିକ୍ଷା ବାତିଲ ହୋଇଥିଲା। ସେଥିପାଇଁ ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହୋଇଛି।