କୃନାଲଙ୍କ ପରେ ଚହଲ ଓ ଗୌତମଙ୍କୁ କରୋନା

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଖେଳାଳି ୟୁଜଭେନ୍ଦ୍ର ଚହଲ ଓ କେ.ଗୌତମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବାର ୩ ଦିନ ପରେ ଚହଲ ଓ ଗୌତମଙ୍କ ରିପୋର୍ଟ ପଜିଟିଭ ଆସିଛି। ଉକ୍ତ ୨ ଖେଳାଳି କୃନାଲଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ ପୂର୍ବରୁ ହିଁ ଟିମ୍ ହୋଟେଲରେ କ୍ୱାରେଣ୍ଟାଇନ କରାଯାଇଥିଲା।

ସୂଚନାଯୋଗ୍ୟ, ଚହଲ ଓ ଗୌତମଙ୍କୁ ଅତି କମରେ ୧୦ ଦିନ ପାଇଁ ଶ୍ରୀଲଙ୍କାରେ ରହିବାକୁ ପଡ଼ିବ। ଶ୍ରୀଲଙ୍କା ସରକାରଙ୍କ ଗାଇଡଲାଇନ ଅନୁସାରେ ପଜିଟିଭ ଆସୁଥିବା ଖେଳାଳି ୧୦ ଦିନ ଲାଗି କ୍ୱାରେଣ୍ଟାଇନରେ ରହିବେ। ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ଦେଶ ଛାଡ଼ିପାରିବେ।