ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ, ଜଣେ ମୃତ

ରିଆମାଳ,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ସାନଡ଼ଙ୍ଗାଘାଟ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ରିଆମାଳ ବ୍ଲକ ନୂଆଡ଼ିହି ଗ୍ରାମର ନରେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ମିଳିଥିବା ରିପୋର୍ଟ ମୁତାବକ, ନରେନ୍ଦ୍ର ଏକ ବାଇକ ଯୋଗେ ତାଳକୁଣ୍ଡି ଗ୍ରାମର ନିଜ ସମୁଦି ଘରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ସାନଡ଼ଙ୍ଗାଘାଟ ଗ୍ରାମ ନିକଟ ରାସ୍ତାପାଶ୍ୱର୍ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ । ରାସ୍ତାକଡ଼କୁ ନରେନ୍ଦ୍ର ଛିଟିକି ପଡ଼ି ଗୁରୁତର ଆହତ ହେବା ଯୋଗୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ରିଆମାଳ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରୁ ନରେନ୍ଦ୍ରଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାବେଳେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।