ମହତ୍ମା ଗାନ୍ଧୀଙ୍କ ଉପରେ ରଚିତ ପୁସ୍ତକ ଉନ୍ମୋଚନ କରିବେ ମୋହନ ଭାଗବତ

ନୂଆଦିଲ୍ଲୀ,ଏଜେନ୍ସି: ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ରହୁଥିବା ସମୟରେ ନିଜ ହିନ୍ଦୁତ୍ୱର ପରିଚୟ ଖୋଜିବା ସମ୍ପର୍କରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ୍) ମୁଖ୍ୟ ମୋହନ ଭାଗବତଙ୍କ ଦ୍ୱାରା ରଚିତ ପୁସ୍ତକ ନବବର୍ଷରେ ଉନ୍ମୋଚିତ ହେବ। ଦିଲ୍ଲୀସ୍ଥିତ ରାଜଘାଟଠାରେ ନବବର୍ଷରେ ଅନୁଷ୍ଠିତ ହେବାକୁ ଥିବା ବହିର ଉନ୍ମୋଚନ ସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ସହ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରନ୍ ଉପସ୍ଥିତ ରହିବେ। ଆନୁଷ୍ଠାନିକ ଶିକ୍ଷାକୁ ନେଇ ଲେଖକ ଜେକେ ବଜାଜ ଏବଂ ଏମଡି ଶ୍ରୀନିବାସଙ୍କ ଦ୍ୱାରା ଲିଖିତ ‘ହର୍ ଆନନ୍ଦ’ ଦ୍ୱାରା ପ୍ରକାଶିତ ଏକ ହଜାର ପୃଷ୍ଠାଭିତ୍ତିକ ପୁସ୍ତକ ‘ମେକିଂ ଅଫ୍ ଏ ହିନ୍ଦୁ ପାଟ୍ରିଅଟ୍’ ଗତ ଅକ୍ଟୋବରରେ ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜନ୍ମଦିବସ ଉପଲକ୍ଷେ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ କୋଭିଡ୍ ଯୋଗୁଁ ଉନ୍ମୋଚିତ ହୋଇପରିନାହିଁ। ସୂଚନାଯୋଗ୍ୟ, ଏହି ଲେଖକ ଦୁଇଜଣ ମହାତ୍ମାଗାନ୍ଧୀଙ୍କ ରଚିତ ‘ହିନ୍ଦ୍ ସ୍ୱରାଜ’ର ଗୁଜରାଟୀ, ହିନ୍ଦୀ ଏବଂ ଇଂରାଜୀ ଏଡିସନ୍ ପାଇଁ କାର୍ଯ୍ୟ କରିଥିଲେ।