ଘରୋଇ ବସରେ ଗଞ୍ଜେଇ ଚାଲାଣ

ବାରିପଦା, ଏନ୍ଏନ୍ଏନ୍: ଗତକାଲି ୨୫ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଘରୋଇ ବସରେ ଗଞ୍ଜେଇ ଚାଲାଣ ଉଦ୍ୟମବେଳେ କରଞ୍ଜିଆ ପୁଲିସ ପକ୍ଷରୁ ଜବତ କରାଯାଇଛି। ବିଳମ୍ବିତ ରାତିରେ ୪୯ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝରରୁ କୋଲକାତା ଯାଉଥିବା ଡ଼ଲଫିନ ନାମକ ଏକ ଯାତ୍ରୀବାହୀ ଘରୋଇ ବସରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ କରଞ୍ଜିଆ ପୁଲିସ ରାସ୍ତାରେ ବସକୁ ଅଟକାଇ ତଲାସି କରିଥିଲା। ବସରୁ ୭ଟି ପ୍ଲାଷ୍ଟିକ ପ୍ୟାକେଟରେ ୩୫ କେଜି ଗଞ୍ଜେଇ ବାହାରିଥିଲା । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହବ ବୋଲି ଅନୁମାନ କରିଛି ପୁଲିସ । କରଞ୍ଜିଆ ପୁଲିସ ହେଲ୍ପର ଏବଂ କଣ୍ଡକ୍ଟରକୁ ଅଟକ ରଖିଥିଲା । ତେବେ ଉକ୍ତ ଗାଡ଼ିରେ ୪୬ଜଣ ଯାତ୍ରୀ ଥିବାରୁ ଗାଡିକୁ କିଛି ସମୟ ଅଟକ ରଖି ଛାଡି ଦିଆଯାଇଥିଲା। ତେବେ ଯାତ୍ରୀମାନଙ୍କୁ କୋଲକାତାରେ ଛାଡି ଫେରିବା ସମୟରେ ବସକୁ ପୁଣି ଜବତ କରିଛି କରଞ୍ଜିଆ ପୁଲିସ ।