‘ମା ଭାରତୀ କେ ସପୁତ’ର ଗୁଡ଼ୱିଲ ଆମ୍ବାସେଡର ହେବେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ବୀରଗତି ପ୍ରାପ୍ତ କରିଥିବା ସୈନିକଙ୍କ ପରିବାରକୁ ସାହଯ୍ୟ କରିବା ପାଇଁ ‘ମା ଭାରତୀ କେ ସପୁତ’ ନାମକ ଏକ ୱେବସାଇଟ ପ୍ରସ୍ତୁତ କରାଯାଇଛି । ଏଥିରେ ମହାନାୟକ ଅମିତାଭ ବଚ୍ଚନ ‘ଗୁଡ଼ୱିଲ ଆମ୍ବାସେଡର’ ହେବା ଲାଗି ରାଜି ହୋଇଯାଇଛନ୍ତି । ଦିଲ୍ଲୀରେ ନ୍ୟାସନାଲ ୱାର ମେମୋରିଆଲ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ୱେବସାଇଟର ଲଞ୍ଚ କରିବେ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ମୁତାବକ, ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଉଥିବା ସୈନିକଙ୍କ ପରିବାର ଓ ବିକଳାଙ୍ଗ ସୈନିକଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ‘ମା ଭାରତୀ କେ ସପୁତ’ ୱେବସାଇଟ ବ୍ୟବହାର କରାଯିବ ।