ଭାରତୀୟ ମହିଳା ହକି ଟିମ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ଗ୍ରେଟ ବ୍ରିଟେନକୁ କଡ଼ା ଟକ୍କର ଦେଇ ବ୍ରୋଞ୍ଜ ପଦକ ମୁକାବିଲାରେ ପରାସ୍ତ ହୋଇଛି। କିନ୍ତୁ ସେମାନଙ୍କ ମନବୋଳକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ମୋଦୀ ଟିମର ପ୍ରତ୍ୟେକ ଖେଳାଳିଙ୍କ ପ୍ରଶଂସା କରିବା ସହ ସେମାନଙ୍କ ପରିଶ୍ରମ ଦେଶର କୋଟିଏ ଝିଅଙ୍କ ପାଇଁ ପ୍ରେରଣା ସାଜିଥିବା କହିଛନ୍ତି। ଏଥିସହିତ ନବନୀତଙ୍କ ଆଖିରେ ଆଘତ ଲାଗିବା କଥା ମଧ୍ୟ ପଚାରି ବୁଝିଥିଲେ। ଟିମ୍ କୋଚଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।