ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ଆଉ ଏକ ରୌପ୍ୟ ପଦକର ଆଶା ଉଜ୍ଜିବୀତ ହୋଇଛି। ଭାରତୀୟ ଗୋଲ୍ଫର ଅଦିତି ଅଶୋକ ପଦକର ଖୁବ୍ ନିକଟତର ଅଛନ୍ତି। ଆଜି ତୃତୀୟ ରାଉଣ୍ଡ ଶେଷ ହେବା ସୁଦ୍ଧା ଅଦିତି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଉ ଆସନ୍ତାକାଲି ଭାରତୀୟ ସମୟ ସକାଳ ୬ଟା ୩୦ରେ ଫାଇନାଲ ରାଉଣ୍ଡ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଆମେରିକାର କରୋଡ଼ା ନେଲୀ ପ୍ରଥମ ସ୍ଥାନରେ ରହିଛନ୍ତି। ଆଉ ଅଦିତି ଯଦି ୩ଟି ଷ୍ଟ୍ରୋକରେ ଆମେରିକୀୟ ଖେଳାଳିଙ୍କଠାରୁ ଆଗୁଆ ରହିବାରେ ସଫଳ ହୁଅନ୍ତି ତେବେ ସେ ସ୍ୱର୍ଣ୍ଣ ପଦକ ଜିତି ପାରନ୍ତି।
ସୂଚନାଯୋଗ୍ୟ, ଅଦିତି ଗତ ୩ ଦିନରେ ନିଜର ଜବରଦସ୍ତ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ଚକିତ କରିଛନ୍ତି। ଖେଳର ପ୍ରାରମ୍ଭରୁ ହିଁ ଅଦିତି ଭଲ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ କବଜା କରିଥିଲେ। ମଝିରେ ଅଦିତି ଟିକେ ପଛୁଆ ରହିଥିଲେ ମଧ୍ୟ ପରେ ପୁଣି ଦ୍ୱିତୀୟ ସ୍ଥାନ ଅଧିକାର କରି ନେଇଥିଲେ।