ମୋଦୀଙ୍କ ପରେ ମହିଳା ହକି ଟିମ୍ ସହ କଥା ହେଲେ ନବୀନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହିଳା ହକି ଟିମ୍ ସହ ଭିଡିଓ କଲ ଯୋଗେ କଥା ହୋଇଛନ୍ତି। ନିଜର କଠିନ ପରିଶ୍ରମ ବଳରେ ଏତେ ଭଲ ପ୍ରଦର୍ଶନ କରିଥିବାରୁ ନବୀନ ଟିମର ପ୍ରତ୍ୟେକ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଉ ମ୍ୟାଚ୍ ହାରିବା ସତ୍ୱେ ସେମାନେ ଦେଶବାସୀଙ୍କ ହୃଦୟ ଜିଣିବା କଥା ମଧ୍ୟ ନବୀନ କହିଥିଲେ। ଭାରତ ଟିମର ଏହି ସଫଳତା ଯାତ୍ରାରେ ଓଡ଼ିଶା ସରକାର ପୂର୍ଣ୍ଣ ରୂପେ ସହଯୋଗ କରିଥିବାରୁ ଅଧିନାୟିକା ରାଣୀ ରାମପାଲ ପୂରା ଟିମ୍ ତରଫରୁ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ। କେବଳ ଏତିକି ନୁହେଁ, ୧୭ ତାରିଖରେ ଓଡ଼ିଶା ଆସିବା ଲାଗି ନବୀନ ଭାରତୀୟ ଟିମକୁ ନିମନ୍ତ୍ରଣ କରିଛନ୍ତି।