ଅଚାନକ ଲେହରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଲଦାଖ,ଏଜେନ୍ସି: ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେହରେ ପହଞ୍ଚିଛନ୍ତି। ଏହାପୂର୍ବରୁ କେବଳ ଚିଫ ଅଫ ଡିଫେନ୍ସ ଷ୍ଟାପ ବିପିନ ରାୱତ ଲେହ ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆସିଥିବା ଜଣାପଡିଛି। ପିଏମ ମୋଦୀଙ୍କ ଏହି ଅଚାନକ ଗସ୍ତ ସମସ୍ତଙ୍କୁ ଚକିତ କରି ଦେଇଛି।

ଏହାପୂର୍ବରୁ ଶୁକ୍ରବାର ଦିନ କେବଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଗୁରୁବାର ଦିନ ତାଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା। ଏହା ପରେ ନିଷ୍ପତ୍ତି ନିଆଗଲା ଯେ କେବଳ ବିପିନ ରାୱତ ଲେହକୁ ଯିବେ ବୋଲି ହେଲେ ତାଙ୍କ ସହ ପ୍ରଧାନମନ୍ତ୍ରୀ ଯିବା ନେଇ କୌଣସି ସୂଚନା ଦିଆଯାଇନଥିଲା। ଆଜି ଲେହରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚି ଆର୍ମି, ଏୟାରଫୋର୍ସ ଏବଂ ଆଇଟିବିପି ଅଧିକାରୀଙ୍କ ସହ ସୀମା ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି।