ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୁଣି ଥରେ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୫୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪୨୫ ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୩୬ ଜଣ ସ୍ଥାନୀୟ ଅଞ୍ଚଳରୁ ବୋଲି ଜଣାପଡ଼ିଛି। ଆଜି ସର୍ବାଧିକ ଗଞ୍ଜାମରୁ ୨୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି କଟକରୁ ୮୧ ଜଣ, ରାୟଗଡ଼ାରୁ ୭୬ ଜଣ, ଖୋର୍ଦ୍ଧାରୁ ୨୬ ଜଣ, ବରଗଡ଼ରୁ ୨୧ ଜଣ, ବଲାଙ୍ଗିରରୁ ୧୯ ଜଣ, ମୟୂରଭଞ୍ଜରୁ ୧୦ ଜଣ, ସମ୍ବଲପୁରରୁ ୮ଜଣ, ଜଗତସିଂହପୁର ଓ କେନ୍ଦୁରଝରରୁ ୬ ଜଣ ଲେଖାଏଁ, କଳାହାଣ୍ଡିରୁ ୫ ଜଣ, କୋରାପୁଟରୁ ୪ଜଣ, ଯାଜପୁର, ସୁନ୍ଦରଗଡ଼ ଓ ଢ଼େଙ୍କାନାଳରୁ ୩ ଜଣ ଲେଖାଏଁ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଓ ପୁରୀ ଓ ଭଦ୍ରକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଏନଡିଆରଏଫର ଜଣେ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ତେବେ ଏ ପର୍ଯ୍ୟନ୍ତ ରାଜ୍ୟରେ ୨ ଲକ୍ଷ ୮୧ ହଜାର ୫୨୩ଟି କୋଭିଡ ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୮ ହଜାର ୧୦୬ ଟି ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୫ ହଜାର ୫୦୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ହଜାର ୫୬୭ ଜଣ ସକ୍ରିୟ ଅଛନ୍ତି।