ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଆଉ ୨ଟି ମୁଣ୍ଡ ନେଲା ମହାମାରୀ କରୋନା ଭାଇରସ। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୯ ଛୁଇଁଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ, ଆଜି କରୋନାରେ ମୃତ୍ୟୁ ଘଟିଥିବା ୨ ଜଣ ଗଞ୍ଜାମ ଜିଲ୍ଲାର। ଜଣେ ୬୬ ବର୍ଷୀୟ ବ୍ୟକ୍ତି ତାଙ୍କୁ ପୂର୍ବରୁ ଉଚ୍ଚ ରକ୍ତଚାପ ଥିଲା। ସେହିପରି ଅନ୍ୟଜଣେ ୪୦ ବର୍ଷୀୟ ବ୍ୟକ୍ତି ତାଙ୍କୁ ଡାଇବେଟିସ ଥିଲା। ଚିକିତ୍ସିତ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।