ପ୍ରଧାନମନ୍ତ୍ରୀଙ୍କ ସହ ସାଂସଦଙ୍କ ବ୍ରେକଫାଷ୍ଟ୍, ଗୁରୁମନ୍ତ୍ର ଦେଲେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ବିଜେପିର ସାଂସଦଙ୍କୁ ସକାଳ ବ୍ରେକଫାଷ୍ଟ(ଜଳଖିଆ) ସମୟରେ ଭେଟିଥିଲେ। ଦିଲ୍ଲୀ ଲୋକ କଲ୍ୟାଣ ମାର୍ଗ ସ୍ଥିତ ସରକାରୀ ବାସଭବନରେ ଓଡିଆ ସାଂସଦ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ସକାଳ ସାଢେ ୮ଟାରୁ ବୈଠକ ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଉଭୟ ଲୋକସଭା ଓ ରାଜ୍ୟସଭାର ୯ ଜଣ ବିଜେପି ସାଂସଦ ଏଥିରେ ଉପସ୍ଥିତ ଥିଲେ।

ସାମାଜିକ ନ୍ୟାୟ କେମିତି ସମସ୍ତଙ୍କ ପାଖରେ ପହଞ୍ଚିବ, ସାଂସଦ ମାନେ କେମିତି ଲୋକପ୍ରିୟତା ପାଇବେ ସେନେଇ ଗୁରୁମନ୍ତ୍ର ମଧ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହାସହ କେନ୍ଦ୍ର ସରକାରଙ୍କ ‘ସବ୍‌କା ସାଥ ସବ୍‌କା ବିକାଶ’ ବାର୍ତ୍ତା କେମିତି ଲୋକଙ୍କ ପାଖରେ ପହଞ୍ଚାଇବେ ସେନେଇ ସାଂସଦ ମାନଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ। ଏଥିରେ ଓଡିଶା ସାଂସଦଙ୍କ ଅନ୍ୟ ସାଂସଦ ମାନେ ମଧ୍ୟ ଉପସ୍ଥିତ ଥିଲେ।