ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷ ପଦବୀ ବିଜେଡି ହାତକୁ ଯାଇଥିବା ବେଳେ ଆଜି ଅନୁଷ୍ଠିତ ଉପାଧକ୍ଷ ପଦବୀ ବିଜେପି ହାତେଇ ନେଇଛି। ୧୧ ୱାର୍ଡ ବିଶିଷ୍ଠ ଦେବଗଡ଼ ପୌରପରିଷଦର ଚଳିତ ନିର୍ବାଚନରେ ବିଜେପିକୁ ୬ କାଉନସିଲର ମିଳିଥିବା ବେଳେ ବିଜେଡି ୪ କାଉନସିଲ ଆସନ ଜିତିଛି। ସେହିପରି ଅନ୍ୟ ଏକ ଆସନ ସ୍ୱାଧୀନ ପ୍ରାର୍ଥୀ ହାତେଇଛି।
ଆଜି ଅନୁଷ୍ଠିତ ଉପାଧ୍ୟକ୍ଷ ପଦବୀ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରଜିତ କୁମାର ଭୋଜ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ଯତୀନ କୁମାର ନାୟକ ନାମାଙ୍କନ ଦାଖଲ କରିଥିଲେ। ମତଦାନ ପରେ ଭୋଟ ଫଳାଫଳ ବିଜେପି ପ୍ରାର୍ଥୀ ପ୍ରଜିତଙ୍କ ସପକ୍ଷରେ ଯାଇଥିଲା। ସ୍ୱାଧୀନରୁ କାଉନସିଲର ମତଦାନରେ ଅଂଶ ଗ୍ରହଣ କରିନଥିବା ବେଳେ ବିଜେପିକୁ ୭ ଓ ବିଜେଡିକୁ ୩ କାଉନସିଲ ସଦସ୍ୟଙ୍କ ସମର୍ଥନ ମିଳିଥିଲା । ଫଳରେ ୭-୩ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରଜିତ କୁମାର ଭୋଜ ବିଜେଡି ପ୍ରାର୍ଥୀ ଯତୀନ ନାୟକଙ୍କୁ ପରାସ୍ତ କରି ପୌରଉପାଧ୍ୟକ୍ଷ ଆସନ ଦଖଲ କରିଛନ୍ତି।