ବସ୍ତିରୁ ଡେପୁଟି ମେୟର, ରେଭେନ୍ସା ବିଶ୍ବ ବିଦ୍ୟାଳୟର ଛାତ୍ରୀ ଦମୟନ୍ତୀ

କଟକ,ଏନ୍ଏନ୍ଏସ୍: ସିଏମସି ସର୍ବ କନିଷ୍ଠା ଡେପୁଟି ମେୟର ହୋଇଛନ୍ତି ଦମୟନ୍ତୀ ମାଝୀ। ସେ ରେଭେନ୍ସା ବିଶ୍ବ ବିଦ୍ୟାଳୟର ବାଣିଜ୍ୟ ବିଭାଗ ପିଜି ଶେଷ ବର୍ଷ ଛାତ୍ରୀ। ସେ ୪୯ ନମ୍ବର ଓ୍ବାର୍ଡରୁ ବିଜେଡି ଟିକେଟ ପାଇ କର୍ପୋରେଟର ଭାବରେ ବିଜୟୀ ହୋଇଥିଲେ।

ସେ ଜଣେ ଆଦିବାସୀ ଯୁବତୀ। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା ରଖି ସିଏମସି ଡେପୁଟି ମେୟର ପଦବୀ ଭଳି ଆସନରେ ତାଙ୍କୁ ଅବସ୍ଥାପିତ କରିଛନ୍ତି।