ନଭେମ୍ବରରେ ୩ଥର ମୋଦୀ -ଜିଙ୍ଗପିଙ୍ଗ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରକୃତ ନିୟନ୍ତ୍ରଣ ରେଖା ( ଏଲଏସି)ରେ ଭାରତ ଚୀନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ମୁହାଁମୁହିଁ ହେବେ। ନଭେମ୍ବର ମାସରେ ତିନୋଟି ସ୍ଥାନରେ ଦୁଇ ହେବିୱେଟ ନେତାଙ୍କ ଭେଟ ହେବ। ବ୍ରକ୍ସ ସମ୍ମିଳନୀ ଓ ଜି-୨୦ ସହ ଏସସିଓ ବୈଠକରେ ଜିଙ୍ଗପିଙ୍ଗଙ୍କ ସହ ମୋଦୀଙ୍କ ଭେଟ ହେବ। ନଭେମ୍ବର ୧୦ରେ ଏସସିଓ, ୧୭ରେ ବ୍ରକ୍ସ ଏବଂ ୨୧ ଓ ୨୨ ନଭେମ୍ବରରେ ଜି-୨୦ ବୈଠକ ହେବ। ସୀମାରେ ଚାଲିରହିଥିବା ବିବାଦ ଓ ଚୀନର ବିସ୍ତାରବାଦୀ ନୀତିକୁ ମୋଦୀ ଦୁନିଆ ଆଗରେ ରଖିବେ ବୋଲି ଆସା କରାଯାଉଛି।