୫୬ ବର୍ଷରେ ପାଦଦେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ, ଏଜେନ୍ସି: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନ। ସେ ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନିତିନ ଗଡ଼କରି ଓ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପିକୁ ମଜବୁତ କରିବା ଦିଗରେ ତାଙ୍କର ଯୋଗଦାନ ଖୁବ୍ ଗୁରୁତ୍ୱପୂଣ୍ଣ। ଈଶ୍ୱର ତାଙ୍କୁ ଭାରତର ସେବା ଓ ସୁସ୍ଥ ଜୀବନ ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି। ସେହିପରି ଯୋଗୀ , ନୀତିନ ଗଡ଼କରି, ପୀୟୁଷ ଗୋଏଲ ମଧ୍ୟ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।