ଆଜି ରାଜ୍ୟରେ ୧୯୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ୠତ ୨୪ ଘଣ୍ଟା ୧୯୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୬୦୯୪କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୧୧୦୯ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୮୦୪ଜଣ ସ୍ଥାନୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।

ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୁଳ ଜିଲ୍ଲାରୁ ଆଜି ୧୦୬, ବାଲେଶ୍ୱରରୁ ୭୩, ବରଗଡରୁ ୬୩, ଭଦ୍ରକରୁ ୪୬, ବଲାଙ୍ଗିରରୁ ୬୩, ବୌଦ୍ଧରୁ ୧୨, କଟକରୁ ୧୫୦, ଦେବଗଡରୁ ୫, ଢେଙ୍କାନଳରୁ ୪୮, ଗଜପତିରୁ ୪, ଗଞ୍ଜାମରୁ ୨୮, ଜଗତସିଂହପୁରରୁ ୯୯, ଯାଜପୁରରୁ ୭୨, ଝାରସୁଗୁଡାରୁ ୪୮, କେନ୍ଦ୍ରାପଡାରୁ ୫୧, କଳାହାଣ୍ଡି ୮୨, କନ୍ଧମାଳ ୪୮, କେନ୍ଦୁଝରରୁ ୭୪, ଖୋର୍ଦ୍ଧାରୁ ୨୫୪, କୋରାପୁଟରୁ ୫୪, ମାଲକାନଗିରିରୁ ୧୬, ମୟୂରଭଞ୍ଜରୁ ୯୨, ନୂଆପଡାରୁ ୪୧, ନୟାଗଡରୁ ୩୩, ନୂଆପଡାରୁ ୬୩, ପୁରୀରୁ ୫୫, ରାୟଗଡାରୁ ୧୪, ସମ୍ବଲପୁରରୁ ୫୦, ସୋନପୁରରୁ ୨୦, ସୁନ୍ଦରଗଡରୁ ୯୯, ଷେଟପୁଲରୁ ୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।