କୋୱିନ୍ ଗ୍ଲୋବାଲ କନ୍‌କ୍ଲେଭକୁ ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅଭିଜ୍ଞତାକୁ କୋୱିନ ଗ୍ଲୋବାଲ କନ୍‌କ୍ଲେଭ ମାଧ୍ୟମରେ କହିବେ। ଏହି କାର୍ଯ୍ୟକ୍ରମ ଆଜି ଅପରାହ୍ନ ୩ଟାରେ ହେବ। କରୋନା ସଂକଟ ସମୟରେ ଭାରତ ସରକାର ସମଗ୍ର ବିଶ୍ୱବାସୀଙ୍କୁ କୋୱିନ୍ ପୋର୍ଟାଲର ମହତ୍ତ୍ୱ ବିଷୟରେ କହିବେ। କରୋନା ଭାଇରସ ମହାମାରୀ ସମୟରେ କୋୱିନ ପୋର୍ଟାଲ ଲୋକଙ୍କ କାମରେ କିପରି ଆସୁଛି, ସେନେଇ ଭାରତ ସରକାର ଅନ୍ୟ ଦେଶକୁ ବୁଝାଇବେ।

କୋଭିଡ ଟିକାକରଣ ପାଇଁ ଭାରତ ସରକାର କୋୱିନ ପୋର୍ଟାଲ ଆରମ୍ଭ କରିଛନ୍ତି। କୋଭିଡ-୧୯ ଟିକା ନେବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ହିତାଧିକାରୀ ନାମ ପଞ୍ଜୀକରଣ କରୁଛନ୍ତି। ୨୦୨୧ ଜାନୁଆରୀ ୨୧ରେ ଏହି ପୋର୍ଟାଲର ଶୁଭାରମ୍ଭ ହୋଇଥିଲା। ଏହି ସମୟରେ ଭାରତ ଟିକାକରଣ ଆରମ୍ଭ କରିବାର ପ୍ରାଥମିକ ଅବସ୍ଥା ଥିଲା।

ଆରମ୍ଭରୁ କୋୱିନ ପୋର୍ଟାଲକୁ ନେଇ ଅନେକ ସମାଲୋଚନା କରୁଥିଲେ। କିନ୍ତୁ ଏହି ପୋର୍ଟାଲ ଡିଜିଟାଲ ପ୍ଲାଟଫର୍ମର ଏକ ଅନ୍ୟତମ ମାଇଲ ଖୁଣ୍ଟ ଭାବେ ଏବେ ଛିଡ଼ା ହୋଇଛି। ଲୋକେ ଟିକା ନେବା ପୂର୍ବରୁ କୋୱିନ ପୋର୍ଟାଲରେ ନାମ ପଂଜିକରଣ କରୁଛନ୍ତି। ଫଳରେ ସେମାନଙ୍କର ଟିକା ନେବାରେ ଆଉ କୌଣସି ଅସୁବିଧା ହେଉନାହିଁ।