ମଡର୍ଣ୍ଣାର କରୋନା ଭ୍ୟାକ୍ସିନ ୯୫ ପ୍ରତିଶତ ପ୍ରଭାବୀ

ନୂଆଦିଲ୍ଲୀ: ବାୟୋଟେକ୍ନୋଲୋଜୀର ଫାର୍ମା କମ୍ପାନୀ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଭ୍ୟାକ୍ସିନ ପରୀକ୍ଷଣରେ ୯୫ ପ୍ରତିଶତ ସଫଳ ସାବ୍ୟସ୍ତ ହୋଇଛି। ଏହି ପରିଣାମରୁ ଚଳିତ ବର୍ଷ ଶେଷ ସୁଦ୍ଧା ସୀମିତ ଆକାରରେ ୨ଟି ଭ୍ୟାକ୍ସିନ ମିଳିପାରିବ ବୋଲି ଆମେରିକା ଆଶା ପ୍ରକଟ କରିଛି। ଏନେଇ ମଡର୍ଣ୍ଣା ସିଇଓ ଷ୍ଟିଫାନେ ବାନସେଲ ସୂଚନା ପ୍ରଦାନ କରିଛନ୍ତି। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ମଡର୍ଣ୍ଣା ଭ୍ୟାକ୍ସିନ ସଫଳ ହୋଇଥିବା ନେଇ ବାନସେଲ କହିଛନ୍ତି। ୩୦ ହଜାର ଆକ୍ରାନ୍ତଙ୍କ ଉପରେ ଏହି ଭ୍ୟାକ୍ସିନ ପରୀକ୍ଷଣ ପରେ ସଫଳ ହୋଇଛି। ଏହା କରୋନା ବ୍ୟତୀତ ଅନ୍ୟ ରୋଗ ଭଲ କରିବାରେ ମଧ୍ୟ ସଫଳ ସାବ୍ୟସ୍ତ ହୋଇଛି।