ଘରେ ରହି ଛଟ୍ ପୂଜା ପାଳନ୍ତୁ : ଏସଆରସି

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଛଟ୍ ପୂଜା ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତିି। ଫଳରେ ନଭେମ୍ବର ୨୦ ଓ ୨୧ ତାରିଖରେ ନଦୀ ଘାଟରେ ଛଟ୍ ପୂଜା ଓ ସମୂହ ସ୍ନାନ ବନ୍ଦ କରାଯାଇଛି। ଘରେ ରହି ମାସ୍କ ପିନ୍ଧି, ସାମାଜିକ ଦୂରତା ଅବଲମ୍ବନ କରି ପୂଜା ପାଳିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି। କଟକଣା ଉଲଂଘନ କଲେ ଆଇନାନୁସାରେ ଦଣ୍ଡ ଦିଆଯିବ ବୋଲି ଏସଆରସି ଚେତାବନୀ ଦେଇଛନ୍ତି।