କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ପୁଲିସ ୫୫ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି।ଶନିବାର ସନ୍ଧ୍ୟାରେ ଥାନାଧିକାରୀ ସୌମେନ୍ଦୁ ତ୍ରିପାଠୀ ଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଜୟ ପ୍ରକାଶ ନାରାୟଣ ହୋତାଙ୍କ ନେତୃତ୍ୱରେ ଏକ ଟିମ ସୋରଲୁକୋଣ୍ଡା-କାଲିମେଳା କେନାଲ ରାସ୍ତାର ବାଣ୍ଡିଗୁଡା ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ କାର ଆସୁଥିବା ଦେଖି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡିର ପଛ ସିଟରେ ୩ ଟି ବ୍ୟାଗରେ ୫୫ କିଲୋ ଗଞ୍ଜେଇ ଦେଖିବାକୁ ପାଇଥିଲେ।
ଉକ୍ତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୧ ଲକ୍ଷ ୧୦ ହଜାର ହେବ ବୋଲି ପୁଲିସ ସୂଚନା ଦେଇଛି। ପରେ ଦୁହିଁଙ୍କୁ ଓରକେଲ ଥାନା କୁ ଅଣାଯାଇଥିଲା। ଦୁଇ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର ସହନାବାଜ ଅଲ୍ଲୀ(୨୬) , ଏବଂ କଟକ ଜିଲ୍ଲାର ସମୀର କୁମାର ଦାସ(୩୨)। ସେମାନେ ଏହି ଗଞ୍ଜେଇ ଛତିଶଗଡ଼ ରାଜ୍ୟର ରାୟପୁରକୁ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି। ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୌମେନ୍ଦୁ ତ୍ରିପାଠୀ ସୂଚନା ଦେଇଛନ୍ତି।