ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ମକଡ୍ରିଲ ଜିଲ୍ଲା By Nitidin On Jun 19, 2020 Share କେନ୍ଦୁଝର,ଏନ୍ଏନ୍ଏସ: କେନ୍ଦୁଝରଠାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ପରିଚାଳିତ ଏହି ମକଡ୍ରିଲରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଭାଗ ନେଇଥିଲେ। କେନ୍ଦୁଝର ଅଗ୍ନିଶମ ଅଧିକାରୀ ଶଶାଙ୍କ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଏହି ମକଡ୍ରିଲରେ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ, ଦୁର୍ଘଟଣା, ପାଣିରେ ବୁଡିବା ସମେତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନ ଜୀବନ ସୁରକ୍ଷା ପାଇଁ କ’ଣ ଉପାୟ ଅବଲମ୍ବନ କରାଯିବ ସେ ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଡ. ଭକ୍ତ ଚରଣ ପ୍ରଧାନ ଉଦଘାଟନ କରିଥିଲେ। କେନ୍ଦୁଝର ଉପଜିଲ୍ଲାପାଳ ରାମ ଚନ୍ଦ୍ର କିଶକୁ, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସୁରଞ୍ଜିକା ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜିବ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। Share