ମୋବାଇଲ ବ୍ୟାଟେରି ଫାଟି ୨ ଭାଇ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୀଳଗିରି,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ନୀଳଗିରି ଧୋବଶିଳା ଗାଣରେ ଅଭାବନୀୟ ଘଟଣା। ମୋବାଇଲ ବ୍ୟାଟେରୀ ଫାଟି ୨ ନାବାଳକ ଭାଇ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଧୋବଶିଳା ଗାଁରେ ୨ ନାବାଳକ ଭାଇ ମୋବାଇଲ ଧରି ଖେଳୁଥିଲେ। ତେବେ ଏକ ଧାନବଣ୍ଟାରୁ ବାହାରିଥିବା ବ୍ୟାଟେରିକୁ ତାର ଦେଇ ବିଦ୍ୟୁତରେ ସଂଯୋଗ କରୁଥିଲେ। ଫଳରେ ବ୍ୟାଟେରିଟି ଫାଟି ଯାଇଥିଲା। ଉଭୟ ଭାଇଙ୍କ ମୁହଁ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା। ପରେ ଦୁଇ ଭାଇଙ୍କୁ ଚିକିତ୍ସା ପାଇଁ ନୀଳଗିରି ହସ୍ପିଟାଲ ଆଣାଯାଇଥିଲା।

ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବଡ ଭାଇର ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଛନ୍ତି।