ଭିସୁଟରେ ପୁଣି ରାଗିଂ, କ୍ୟାମ୍ପସ୍ ବାହାରେ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ମାଡ ହୋଇଥିବା ଅଭିଯୋଗ

ସମ୍ବଲପୁର,ଏନ୍ଏନ୍ଏସ୍: ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ ହୋଇଛି। ବୁର୍ଲା ଭିସୁଟ ଛାତ୍ରଙ୍କୁ ପୁଣି କ୍ୟାମ୍ପସ ବାହାରେ ରାଗିଂ ଅଭିଯୋଗ ହୋଇଛି। ବିଟେକ୍ ପ୍ରଡକ୍ସନ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଅଭିଯୋଗ ଆଣିଛନ୍ତି। ତେବେ ଛାତ୍ର ଜଣକ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଛାତ୍ର ଜଣକ ସନ୍ଧ୍ୟାରେ କିର୍ବା ଛକକୁ ନିଜର ଜଣେ ସାଙ୍ଗ ସହ ଜଳଖିଆ ଖାଇବାକୁ ଯାଇଥିଲେ। ସେହି ସମୟରେ ତାଙ୍କର ୬ ଜଣ ସିନିୟର ଆସି ନାଁ ପଚାରିବା ପରେ ମାଡ ମାରିବା ଆରମ୍ଭ କରିଥିଲେ।

ଏହି ଘଟଣା ନେଇ କୌଣସି ସ୍ଥାନରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଛାତ୍ର ଜଣକ କହିଛନ୍ତି। ତେବେ ସମସ୍ତ ଛାତ୍ର ନିଶା ସେବନ କରିଥିବା ପୀଡିତ ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି।