୧୫ ମିନିଟରେ ବାହାରିବେ ପ୍ରଥମ ଶ୍ରମିକ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଯାଇଛି । ଏନଡିଆରଏଫ ଓ ଏସଡିଆରଏଫର ଜଣେ ଲେଖାଏଁ ଯବାନ ଟନେଲ ମଧ୍ୟରେ ପଶି ଯାଇଛନ୍ତି । ଆଗାମୀ ୧୫ ମିନିଟରେ ପ୍ରଥମ ଶ୍ରମିକ ବାହାରକୁ ବାହାରିବେ । ୭ଟା ୫ ମିନିଟରେ ପାଇପ୍ ପହଞ୍ଚିଥିଲା । ସେଠାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, କେନ୍ଦ୍ରମନ୍ତ୍ରୀ ଜେନେରାଲ ବିକେ ସିଂହ ଓ ମହମୁଦ ଅହମ୍ମଦ ଉପସ୍ଥିତ ଅଛନ୍ତି ।