ବିଧାୟକ ଦେଖାଇଲେ ମାନବିକତା, କାର୍ଯ୍ୟକ୍ରମ ବାତିଲ କରି ଦୁର୍ଘଟଣା ଗସ୍ତଙ୍କୁ ଡାକ୍ତରଖାନାରେ କଲେ ଭର୍ତ୍ତି

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଦେଖାଇଲେ ମାନବିକତା। ଆଜି ରାତିରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ ଜାତୀୟ ରାଜପଥ କଡରେ ପଡି ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ବୋହି ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଆଜି କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ଦେଇ ରିଆମାଳ ବ୍ଲକ୍‌ ଅନ୍ତର୍ଗତ କରଲଗା ଗ୍ରାମ ଅଭିମୁଖେ ଯାଉଥିଲେ। ଏହି ସମୟରେ ତଲେଇସର-ଖିଲେଇ ମଧ୍ୟବର୍ତ୍ତୀ ରାସ୍ତା କଡରେ ୨ ଜଣ ଗୁରୁତର ଭାବେ ପଡ଼ିଥିବା ଦେଖି ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜ କାର୍ଯ୍ୟକ୍ରମ ବାତିଲ କରି ଘଟଣାସ୍ଥଳରୁ ୨ ଗୁରୁତରଙ୍କୁ ନିଜ ଗାଡ଼ିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ।

ଗୁରୁତରଙ୍କୁ ପଚରାଉଚୁରା ବେଳେ ସେମାନେ ଦେବଗଡ଼ ପୌରାଞ୍ଚଳ ରାଜାମୁଣ୍ଡାରେ ରହୁଥିବା ବେଳେ ସେମାନଙ୍କ ଘର ଚିରଗୁଣିକୁଦର ପ୍ରଫୁଲ୍ଲ ପ୍ରଧାନ(୪୨) ଓ ପୁଅ କ୍ଷିତୀଶ ପ୍ରଧାନ (୧୫)। ସେମାନେ ନିଜ ବାଇକ ଯୋଗେ ଅନୁଗୁଳ ପଟୁ ଦେବଗଡ଼ ନିଜ ଘରକୁ ଫେରୁଥିଲେ। ଏହି ସମୟରେ କୌଣସି ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ଦୁର୍ଘଟଣା ଗସ୍ତ ବାପ ପୁଅଙ୍କ ମଧ୍ୟରୁ ପୁଅ କ୍ଷିତୀଶର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।