Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଇଏଏସ୍‌ ସ୍ତରରେ ଅଦଳବଦଳ: ରବୀନ୍ଦ୍ର ନାଥ ସାହୁ ନୟାଗଡ଼ ଜିଲ୍ଲାପାଳ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଇଏଏସ୍‌ ସ୍ତରରେ ଅଦଳବଦଳ: ରବୀନ୍ଦ୍ର ନାଥ ସାହୁ ନୟାଗଡ଼ ଜିଲ୍ଲାପାଳ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସୋମବାର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୨୦୧୨ ବ୍ୟାଚ୍ ଆଇଏଏସ୍ ତଥା ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡ଼ୁଙ୍କୁ ବଦଳି କରି ତାଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍ ଆଇଏଏସ୍ ରବୀନ୍ଦ୍ର ନାଥ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାହୁ ଦୀର୍ଘଦିନ ଧରି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଜିଲ୍ଲାପାଳ ତଥା ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆଦିତ୍ୟ ଗୋୟଲଙ୍କୁ ବରଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ତାଲିମ ଶେଷ କରିବା ପରେ ୨୦୨୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ କୁଲକର୍ଣ୍ଣି ଆଶୁତୋଷଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।

ଆଇଏଏସ୍‌ ଫେଜ୍‌-୨ ତାଲିମ ସରିବା ପରେ ମଧୁମିତାଙ୍କୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ବେଦଭୂଷଣଙ୍କୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼, ଚଭନ କୁନାଲ ମୋତିରାମଙ୍କୁ ବାଲେଶ୍ବର ଓ ବିଭୂତି ଭୂଷଣ ନାୟକଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।