ଦୁର୍ଘଟଣାରେ ୨ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ ବିଧାୟକ ସଦାଶିବ ପ୍ରଧାନୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଦୁର୍ଘଟଣାରେ ଗୁରୁତର ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ବାଇକ ଯୋଗେ ଆହତଦ୍ୱୟ ଅମଳାଭଟାରେ ବାଲିଯାତ୍ରା ଉତ୍ସବରେ ଯୋଗଦେଇ ବିଳମ୍ବିତ ରାତିରେ ନବରଙ୍ଗପୁର ଫେରୁଥିବାବେଳେ ଟ୍ରାକ୍ଟର ସହ ଦୁର୍ଘଟଣା ଘଟିଥିଲା । ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଶ୍ରୀ ପ୍ରଧାନୀ ତଳେ ପଡ଼ିଥିବା ୨ ବ୍ୟକ୍ତିଙ୍କୁ ଦେଖି ଘଟଣାସ୍ଥଳରେ ଅଟକି ଥିଲେ । ପରେ ୧୦୮ ଆମ୍ବୁଲାନ୍ସକୁ ଡକାଇ ସେମାନଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ । ସେମାନଙ୍କ ମଧ୍ୟରୁ ଗୁଡ୍ରା ଗ୍ରାମର ଧନେଶ୍ୱର ଜାନୀ ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।