ନରୋଦା ହିଂସା ମାମଲାରେ ମାୟା କୋଡନାନୀଙ୍କ ସମେତ ୬୯ ଅଭିଯୁକ୍ତ ମୁକ୍ତ

ନୂଆଦିଲ୍ଲୀ: ନରୋଦା ଗ୍ରାମ ହିଂସା ମାମଲାରେ ବିଜେପିର ପୂର୍ବତନ ବିଧାୟକ ମାୟା କୋଡନାନୀ, ବାବୁ ବଜରଙ୍ଗୀ, ଜୟଦୀପ ପଟେଲ ସମେତ ୬୯ ଅଭିଯୁକ୍ତଙ୍କୁ ମୁକ୍ତ କରାଯାଇଛି । ଗୁଜରାଟର ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣୀ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୦୨ ଫେବୃଆରୀ ୨୭ରେ ଅଯୋଦ୍ଧାରୁ ଫେରୁଥିବା ସାବରମତୀ ଏକ୍ସପ୍ରେସର ବଗିରେ ପ୍ରେଟ୍ରୋଲ ଢାଳି ଗୁଜରାଟର ଗୋଧରାର ଅନେକ ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା । ଏହାର ଜବାବରେ ୨୮ ତାରିଖରେ ଗୁଜରାଟ ବନ୍ଦ ଘୋଷଣା କରାଯାଇଥିଲା । ଇତିମଧ୍ୟରେ ଅହମ୍ମଦାବାଦ ସହର ସମେତ ଗୁଜରାଟରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା । ଫେବୃୟାରୀ ୨୮ରେ ନରୋଦା ଗାଁ ଭିତରେ ଏବଂ ବାହାରେ କଥିତ ରୂପେ ୧୧ ଜଣଙ୍କୁ ଜୀଅନ୍ତା ଜଳାଇ ଦିଆଯାଇଥିଲା ।