ନୂତନ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକ୍‌ରେ ନୂତନ “ମଧୁବାବୁ ପେନସନ୍‌’ ହିତାଧିକାରୀଙ୍କୁ ବିଧାୟକ ସଦାଶିବ ପ୍ରଧାନୀ ଭତ୍ତା ବାଣ୍ଟିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ରଶ୍ମିତ ମାଝୀ, ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଅରୁଣ କୁମାର ମିଶ୍ର, ଦିବ୍ୟ ଦାନ ସୁନା, ବ୍ଲକ୍ ସଭାପତି ଦୟାନିଧି ବିଶୋଇ, ସମିତି ସଭ୍ୟ ଅଭିମନ୍ୟୁ ନାୟକ ଓ ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ହିତାଧିକାରୀ ଉପସ୍ଥିତ ଥିଲେ ।