ଗରିବ ଲୋକଙ୍କୁ ମାସ୍କ ବାଣ୍ଟିଲେ ବିଧାୟକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପି ଜନ ସଚେତନତା ରାଲି କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ବେଲପାହାଡ଼ ପୌରପରିଷଦର ଛୁଆଲିବେର୍ଣ୍ଣା ଗ୍ରାମରେ ଜନସଚେତନା ରାଲି କରିଥିଲେ। ଆଉ ମାସ୍କ ନପିନ୍ଧି ବୁଲୁଥିବା ଲୋକଙ୍କୁ ବିଧାୟକ ମାସ୍କ ପିନ୍ଧାଇବା ସହ ଘରେ ଘରେ ବୁଲି କରୋନା ସଂକ୍ରମଣରୁ ନିଜକୁ, ଅନ୍ୟକୁ ଓ ସମାଜକୁ କିପରି ରକ୍ଷା କରିପାରିବେ ସେନେଇ ଲୋକଙ୍କୁ ସଚେତନ କରିଥିଲେ। ଘରୁ ବାହାରିଲେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ବାରମ୍ବାର ହାତ ଧୋଇବା, ଏଣେତେଣେ ଛେପ ନ ପକାଇବା, କରୋନା ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆଦି ବିଷୟରେ ଲୋକଙ୍କୁ ବିଧାୟକ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି, ବିଶ୍ୱନାଥ ନାୟକ, ପୂର୍ବତନ ନଗରପାଳ ପର୍ଶୁରାମ ସାହୁ, କୈଳାସ ଚନ୍ଦ୍ର ନାୟକ, ଲମ୍ବୋଦର ରୋହିଦାସ, ରେଜନ୍ଦ୍ର ଭୋଇ, ଦେବେନ୍ଦ୍ର ପ୍ରଧାନଙ୍କ ସହ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।