ପଳାଶୁଣିରୁ ଗୋରୁ ଚାଲାଣ ଗାଡ଼ି ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଭଦ୍ରକକୁ ଗୋରୁ ଚାଲାଣ ହେଉଥିବାବେଳେ ଖବର ପାଇ ପୁଲିସ ସହାୟତାରେ ବଜରଙ୍ଗ ଦଳ ଏହାକୁ ଧରିବାରେ ସଫଳ ହୋଇଛି। ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୧ଟାରେ ବେଆଇନଭାବେ ଗୋରୁ ଚାଲାଣ ହେଉଥିବା ବଜରଙ୍ଗ ଦଳ ଖବର ପାଇଥିଲା। ପରେ ସେମାନେ ଉକ୍ତ ଗୋରୁ ଗାଡ଼ିକୁ ଧଉଳି ଛକଠାରେ ରୋକିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ଗାଡ଼ି ତାଙ୍କ ଗାଡ଼ିକୁ ଧକ୍କା ଦେଇ ପଳାଇଥିଲା। ପରେ ପୁଲିସ ସହାୟତାରେ ବଜରଙ୍ଗ ଦଳ ସଦସ୍ୟମାନେ ପଳାଶୁଣି ଛକ ନିକଟରେ ଗାଡ଼ିକୁ ଅଟକାଇବାରେ ସଫଳ ହୋଇଥିଲେ।

ଗାଈମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ପୁଲିସ ସୂଚନା ଦେବା ସହିତ ଏନେଇ ବଜରଙ୍ଗ ଦଳ ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ଗାଡ଼ିରେ ଥିବା ୨ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ପ୍ରାଥମିକ ତଦନ୍ତ ଅନୁସାରେ ଗାଡ଼ିଟି ଗୋରୁଙ୍କୁ ନେଇ ଭଦ୍ରକ ଯାଉଥିଲା।