ନୂଆଦିଲ୍ଲୀ: ଆଇସିସି ଦିନିକିଆ ରାଙ୍କିଂରେ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲୀ ରାଜ ପୁଣିଥରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ମିତାଲୀ ନିକଟରେ ଇଂଲଣ୍ଡ ବିରୋଧରେ ୩ ମ୍ୟାଚର ସିରିଜରେ ଦମଦାର ପ୍ରଦର୍ଶନ କରି ଆଇସିସି ମହିଳା ଏକଦିବସୀୟ ଅନ୍ତରାଷ୍ଟ୍ରୀୟ ରାଙ୍କିଂରେ ଶୀର୍ଷରେ ପହଂଚିଛନ୍ତି।
ସୂଚନାଯୋଗ୍ୟ, ମିତାଲୀ ପ୍ରଥମଥର ପାଇଁ ୨୦୦୫ ମସିହାରେ ଦିନିକିଆ ରାଙ୍କିଂରେ ଶୀର୍ଷରେ ପହଂଚିଥିଲେ। ଆଉ ଶେଷଥର ପାଇଁ ୨୦୧୮ ଫେବୃୟାରୀରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ଓ ଶେଷ ରାଙ୍କିଂ ମଧ୍ୟରେ ୧୩ ବର୍ଷର ଅନ୍ତର ରହିଥିଲା ଯାହାକି କୌଣସି ମହିଳା ବ୍ୟାଟ୍ସମାନଙ୍କ ପାଇଁ ଖୁବ୍ ଅଧିକ।