ସିଙ୍ଗାପୁର ପ୍ରଧାନମନ୍ତ୍ରୀ ପିନ୍ଧିଲେ ପଗଡ଼ୀ

ନୂଆଦିଲ୍ଲୀ: ସିଙ୍ଗାପୁରରେ ଏକ ଗୁରୁଦ୍ୱାର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଲି ସୀନ ଲୁଙ୍ଗ ପଗଡ଼ୀ ପିନ୍ଧିଛନ୍ତି। ପଞ୍ଜାବୀ ସମୁଦାୟକୁ ‘ସତ ଶ୍ରୀ ଅକାଲ’ କହି ଶୁଭକାମନା ମଧ୍ୟ ଜଣାଇଛନ୍ତି। ଏଥିସହିତ କରୋନା କାଳରେ କୌଣସି ଲୋକର ଜାତି, ଧର୍ମ ଓ ପୃଷ୍ଠଭୂମି ନଦେଖି ସିଙ୍ଗାପୁର ଗୁରୁଦ୍ୱାର ସଦସ୍ୟ ସାହାଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ଲି ସୀନ ସେମାନଙ୍କର ଖୁବ୍ ପ୍ରଶଂସା କରିଛନ୍ତି।

ସିଙ୍ଗାପୁର ଗୁରୁଦ୍ୱାର ଭକ୍ତଙ୍କ ପାଇଁ ସଭାର ଲାଇଭ ଷ୍ଟ୍ରିମିଂ ସୁବିଧା ଆରମ୍ଭ କରିଛନ୍ତି। ଆଉ ଶିଖ ସଂସ୍ଥାର ସମନ୍ୱୟ ପରିଷଦ, ଶିଖ ସମୁଦାୟ ଭିତରେ ମାନସିକ ସ୍ୱାସ୍ଥ୍ୟ ଲାଗି ସହାୟତା ପ୍ରଦାନ କରିବା ପାଇଁ ‘ପ୍ରୋଜେକ୍ଟ ଅକାଳ’ ନାମକ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହି ଅଭିଯାନ ବ୍ୟାପକ ସମୁଦାୟ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଲି ସୀନ କହିଛନ୍ତି।