ନୂଆଦିଲ୍ଲୀ: ଆଜି କରୋନା ଭ୍ୟାକ୍ସିନକୁ ନେଇ ସବୁଠୁ ବଡ଼ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭ୍ୟାକ୍ସିନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଅହମ୍ମଦାବାଦର ଜାଇଡସ ବାୟୋଟିକ୍ ପାର୍କ ପହଞ୍ଚି ସାରିଛନ୍ତି। ଏହି ଅବସରରେ ମୋଦୀ କରୋନା ଭ୍ୟାକ୍ସିନର ଅପଡେଟ ନେଇଛନ୍ତି। ଆଗାମୀ ବର୍ଷ ଜାନୁଆରୀ ସୁଦ୍ଧା ଭ୍ୟାକ୍ସିନ ପ୍ରସ୍ତୁତ ହୋଇଯିବ ବୋଲି ଜାଇଡେସ କେଡିଲା କମ୍ପାନୀ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଅହମ୍ମଦାବଦରୁ ଦିନ ୧ଟାରୁ ୨ଟା ମଧ୍ୟରେ ମୋଦୀ ପୁଣେର ସିରମ ଇନଷ୍ଟିଚ୍ୟୁଟ ଯିବେ । ଆଉ ସେଠାରୁ ଅପରାହ୍ନ ୪ଟାରେ ହାଇଦ୍ରାବଦର ଭାରତ ବାୟୋଟିକ୍ ଗସ୍ତ କରିବେ। ବର୍ତ୍ତମାନ ଏହି ୩ ସହର ଉପରେ ସମଗ୍ର ବିଶ୍ୱର ନଜର ରହିଛି।