ନୂଆଦିଲ୍ଲୀ: ଆମେରିକା ପରେ ଭାରତ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟାରେ ୪୧ ହଜାର ୩୨୨ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ୪୮୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୪୧ ହଜାର ୪୫୨ ଜଣ ସୁସ୍ଥ ହୋଇଛନ୍ତି। ଦେଖିବାକୁ ଗଲେ ଲଗାତାର ଭାବେ ୨୧ ଦିନରେ ୫୦ ହଜାରରୁ କମ୍ ନୂଆ କରୋନା ମାମଲା ସାମ୍ନାକୁ ଆସିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ଲକ୍ଷ ୫୧ ହଜାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮୭ ଲକ୍ଷ ୬୦ ହଜାର ଲୋକ ସୁସ୍ଥ ହୋଇଛନ୍ତି, ୧ଲକ୍ଷ ୩୬ ହଜାର ପ୍ରାଣ ହରାଇଛନ୍ତି ଓ ୫୪ ହଜାର ଲୋକଙ୍କ ଚିକିତ୍ସା ଜାରି ରହିଛି।
ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ ସକ୍ରିୟ ସଂକ୍ରମିତ ମାମଲାରେ ଭାରତ ୭ମ ସ୍ଥାନରେ ରହିଛି। ସର୍ବାଧିକ ସଂକ୍ରମିତ ମାମଲାରେ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଭାରତରେ ସବୁଠୁ ଅଧିକ ସୁସ୍ଥ ହୋଇଛନ୍ତି। ଆଉ ମୃତ୍ୟୁ ମାମଲାରେ ଆମେରିକା, ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଥିବା ଜଣାପଡ଼ିଛି।