ମିସେସ୍ ଇଣ୍ଡିଆ ବେଷ୍ଟ ଡେଜଲିଙ୍ଗ ଆୱାର୍ଡ ହାସଲ କରି ଗୌରବ ଆଣିଲେ ସରସ୍ୱତୀ କୌର

ବରଗଡ଼,ଏନ୍ଏନ୍ଏସ୍: ଅହମ୍ମଦାବାଦ ଠାରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ବରଗଡ଼ର ସରସ୍ୱତୀ କୌର ସବଟାଇଟଲରେ ବେଷ୍ଟ ଡେଜଲିଙ୍ଗ ଆୱାର୍ଡ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କୋଲକାତା, ଗୌହାଟୀ, ଦିଲ୍ଲୀ, ମୁମ୍ବାଇ, ଓଡ଼ିଶା ସମେତ ୧୦ଟି ଜିଲ୍ଲାର ୪୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ବରଗଡ଼ର ସରସ୍ୱତୀ କୌର ପ୍ରଥମ ଥର ଭାଗ ନେଇ ସଫଳତା ହାସଲ କରିଛନ୍ତି। ଏନେଇ ସେ ବେସ୍ ଖୁସି ଥିବା କହିଛନ୍ତି। ଏଥିସହିତ ସେ ପରିବାରବର୍ଗ ଏବଂ ବରଗଡ଼ ସହରବାସୀଙ୍କୁ ତାଙ୍କ ଏହି ସଫଳତାର ଶ୍ରେୟ ଦେଇଛନ୍ତି।