ଦୁଇ ଟ୍ରକର ହେଲପରଙ୍କ ମଧ୍ୟରେ ଗଣ୍ଡଗୋଳ: ଜଣେ ଗୁରୁତର, ୩ ଅଟକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାର ନିକଟରେ ଦୁଇ ଟ୍ରକର ହେଲପରଙ୍କ ମଧ୍ୟରେ ବଚସା ପରେ ମାରପିଟ ହୋଇଛି। ଫଳରେ ଫଳରେ ଜଣେ ହେଲପର ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ହେଲପର ହେଲେ ମହାରାଷ୍ଟ୍ର ନାଗପୁର ରାମାଇନଗର ଚାଷ କୋଲନିର କମଲେଶ ଶର୍ମା(୪୦)।

ଖବର ଅନୁସାରେ ଆଜି ଅପରାହ୍ଣରେ ତୁରୁମୁଙ୍ଗା ବଜାର ଉପରେ ଏକ ପାଉଡର ଓ ଚାଉଳ ବୋଝେଇ ଟ୍ରକ ଡ୍ରାଇଭର ଓ ହେଲପର ଗାଡିକୁ ଛିଡା କରି ଭୋଜି କରିଥିଲେ। ଭୋଜି ପରେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଦୁଇ ଟ୍ରକ ଡ୍ରାଇଭର ଓ ହେଲପରଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ଆରମ୍ଭ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଖବରପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହିତ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଏଥିରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।