ବିନା ଦର୍ଶକରେ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍

ପୁଣେ,ଏଜେନ୍ସି: ମ୍ୟାଚ୍ ମାର୍ଚ୍ଚ ୨୩, ୨୬ ଓ ୨୮ରେ ମହାରାଷ୍ଟ୍ରର ପୁଣେ ଏମସିଏ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଆୟୋଜିତ ହେବାକୁ ଥିବା ଭାରତ-ଇଂଲଣ୍ଡ ୩ଟି ଦିନିକିଆ ମ୍ୟାଚ ବିନା ଦର୍ଶକରେ ଅନୁଷ୍ଠିତ ହେବ। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି।