ବିରୁପା ନଦୀରୁ ଉଦ୍ଧାର ହେଲା ନାବାଳକର ମୃତ ଦେହ

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ଥାନା ମଉଦା ପଞ୍ଚାୟତ ତ୍ରିବେଣୀଶ୍ୱର ନିକଟରେ ଘଟିଛି ଅଭାବନୀୟ ଘଟଣା। ତ୍ରିଲୋଚନ ଦଳାଇ ନାମକ ଜନୈକ ନାବଳକ ନିକଟସ୍ଥ ବିରୁପା ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ନଦୀ ଭିତରୁ ତ୍ରିଲୋଚନକୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମାହାଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତ୍ରିଲୋଚନର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।