ଇସଲାମାବାଦ,ଏଜେନ୍ସି: ପାକିସ୍ତାନ ସେନା ପକ୍ଷରୁ ଶନିବାର ସାହିନ୍-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ର ୨୭୫୦ କିମି ମଧ୍ୟରେ ଶତ୍ରୁପକ୍ଷର ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଛି। ଭାରତର ଉତ୍ତର-ପୂର୍ବ ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜ ମଧ୍ୟ ଏହାର ରେଞ୍ଜ୍ ମଧ୍ୟରେ ଆସୁଛି ବୋଲି ପାକିସ୍ତାନ ସମ୍ବାଦପତ୍ର ‘ଦି ଡନ୍’ ପକ୍ଷରୁ କୁହାଯାଇଛି।